Breaking PLUSସେଲିବ୍ରିଟିସ୍ୱାସ୍ଥ୍ୟ

ପ୍ରଭାସଙ୍କ ଓଜନକୁ ନେଇ ସମସ୍ୟା

ମୁମ୍ବାଇ : ବହୁ ଚର୍ଚ୍ଚିତ ସାଉଥ ଫିଲ୍ମ ‘ବାହୁବଳୀ’ର ହିରୋ ପ୍ରଭାସଙ୍କ ଦୁଇଟି ଫିଲ୍ମ ଫ୍ଲପ୍ ହେବା ପରେ ଏବେ ଫିଲ୍ମ ‘ସାଲାର’କୁ ନେଇ ଅନେକ ଆଶା ରଖିଛନ୍ତି ପ୍ରଶଂସକମାନେ । ‘ସାଲାର’ର ନିର୍ଦ୍ଦେଶନା କେଜିଏଫର ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ଦେଉଥିବା ବେଳେ ଏବେ ଫିଲ୍ମର ସୁଟିଂକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଭାସଙ୍କ ବର୍ଦ୍ଧିତ ଓଜନ ପାଇଁ ଏବେ ପ୍ରଶାନ୍ତଙ୍କୁ ‘ସାଲାର’ର ସୁଟିଂକୁ ଅଧାରୁ ଅଟକାଇବାକୁ ପଡ଼ିଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମ ଅନୁସାରେ, ପ୍ରଭାସଙ୍କ ଆଗରୁ ଓଜନକୁ ନେଇ ଥିବା ସମସ୍ୟା ଏବେ ପୁଣି ଆରମ୍ଭ ହୋଇଛି । ପୂର୍ବରୁ ରିଲିଜ୍ ହୋଇଥିବା ‘ରାଧେ ଶ୍ୟାମ’ ଫିଲ୍ମର ସୁଟିଂ ସମୟରେ ମଧ୍ୟ ପ୍ରଭାସଙ୍କ ଓଜନ ବଢ଼ିଥିଲା । ହେଲେ ତାଙ୍କୁ ସିଜିଆଇ କୌଶଳ ଜରିଆରେ ପରଦାରେ ପତଳା କରି ଦେଖା ଯାଇଥିଲା । ଏହି ଫିଲ୍ମର ପ୍ରମୋସନ ସମୟରେ, ପ୍ରଭାସଙ୍କ ବର୍ଦ୍ଧିତ ଓଜନ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବେ ଏହି ବର୍ଦ୍ଧିତ ଓଜନ ପାଇଁ ଫିଲ୍ମ ‘ସାଲାର’ର ସୁଟିଂ ବନ୍ଦ ରହିଛି । କାରଣ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ, ସିଜିଆଇ କୌଶଳ ବ୍ୟବହାର ନକରି ପ୍ରଭାସଙ୍କୁ ଓଜନ କମ କରିବା ପାଇଁ କହିଛନ୍ତି ।

Show More

Related Articles

Back to top button