ଦେଶସ୍ୱତନ୍ତ୍ର

କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି,ଚାଷୀଙ୍କ ଆକାଉଣ୍ଟରେ ଜମା ହେଲା ଦ୍ୱାଦଶ କିସ୍ତି

ଚାଷୀଙ୍କ ପାଇଂ ବଡ ଖବର । ଦୀପାବଳିର କିଛିଦିନ ପୂର୍ବରୁ କୃଷକଙ୍କୁ ଦୀପାବଳି ଭେଟି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀଙ୍କ ଆକାଉଣ୍ଟରେ ଜମା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିସାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତି । ହି ଯୋଜନା ଅଧୀନରେ ଚାଷୀଙ୍କ ଆକାଉଣ୍ଟରେ ଦ୍ୱାଦଶ କିସ୍ତିର ୨୦୦୦ ଟଙ୍କା ଜମା କରାଯାଇଛି।

ସୂଚନାଯୋଗ୍ୟ, ଏଥି ପୂର୍ବରୁ ୧୧ତମ କିସ୍ତିକୁ ପିଏମ୍ ମୋଦି ୩୧ ମେ’, ୨୦୨୨ରେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ମୋଦି ଅକ୍ଟୋବର ୧୭ରେ ପୁସାସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ (ଆଇସିଆର)ରେ ଆୟୋଜିତ କାର‌୍ୟ୍ୟକ୍ରମରେ ଡିବିଟି ଜରିଆରେ ଦ୍ୱାଦଶ କିସ୍ତି ଜାରି କରିଛନ୍ତି। ସେ ଚାଷୀଙ୍କ ଆକାଉଣ୍ଟକୁ ୧୬ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କୃଷକ ଓ କୃଷି ଷ୍ଟାର୍ଟଅପ୍, ଗବେଷକ, ନୀତି ନିର୍ମାତା, ବ୍ୟାଙ୍କର୍ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ।

Show More

Related Articles

Back to top button