ଦେଶସ୍ୱତନ୍ତ୍ର

ଆସନ୍ତାକାଲି 5G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ,ଏହିସବୁ ସହରରେ ମିଳିବ ସେବା

ଭାରତରେ ଆରମ୍ଭ ହେବାକୁ ଯାଉଛି 5G ଇଣ୍ଟରନେଟ୍ ସେବା । ଆସନ୍ତାକାଲି 5G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅକ୍ଟୋବର ୧ ରୁ ଦିଲ୍ଲୀର ପ୍ରଗତି ମଇଦାନରେ ଆରମ୍ଭ ହେବ ୪ ଦିନିଆ ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ସମୟରେ ଦେଶରେ ହାଇ ସ୍ପିଡ୍ 5G ଇଣ୍ଟରନେଟ୍ ସେବା ଆରମ୍ଭ କରିବେ ପିଏମ ମୋଦି।
ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ଦ୍ୱାରକା ସେକ୍ଟର ୨୫ ରେ ଆଗାମୀ ଷ୍ଟେସନର ଅଣ୍ଡରଗ୍ରାଉଣ୍ଡ ଟନେଲରୁ ପିଏମ ମୋଦୀ ମଧ୍ୟ 5G ସେବାର କାର୍ଯ୍ୟ ଦେଖିବେ।ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI) ଦେଶର ଚାରିଟି ସ୍ଥାନରେ ସଫଳ 5G ପରୀକ୍ଷା କରିସାରିଛି। ପିଏମ ମୋଦି ଶନିବାର ଏହି ସ୍ଥାନଗୁଡିକରେ 5G ଇଣ୍ଟରନେଟ୍ ସେବା ଆରମ୍ଭ କରିପାରିବେ। ଏହି ଚାରୋଟି ସ୍ଥାନ ମଧ୍ୟରେ ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦର, ବେଙ୍ଗାଲୁରୁର ମେଟ୍ରୋ, କାଣ୍ଡଲା ବନ୍ଦର ଓ ଭୋପାଳର ସ୍ମାର୍ଟ ସିଟି ଅଞ୍ଚଳ ଅନ୍ତର୍ଭୁକ୍ତ। ଏହି ଚାରୋଟି ସ୍ଥାନରେ 5Gର ସଫଳ ପରୀକ୍ଷଣ ହେତୁ ଏହାର ସମ୍ପୂର୍ଣ୍ଣ ଭିତ୍ତିଭୂମି ମଧ୍ୟ ଏଠାରେ ପ୍ରସ୍ତୁତ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ୧୩ ଟି ସହରରେ ପ୍ରଥମ 5G ସେବା ଆରମ୍ଭ ହେବ। ଯେଉଁଥିରେ ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ବାଙ୍ଗାଲୋର, ଚଣ୍ଡିଗଡ଼, ଚେନ୍ନାଇ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, କୋଲକାତା, ଜାମନଗର, ଲକ୍ଷ୍ନୋ, ପୁଣେ ଭଳି ସହର ଅନ୍ତର୍ଭୁକ୍ତ। ଦୁଇ ବର୍ଷ ପରେ ସମଗ୍ର ଦେଶରେ 5G ସେବା ଦ୍ରୁତ ଗତିରେ ବିସ୍ତାର ହେବ। ଏନେଇ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

Show More

Related Articles

Back to top button