Breaking PLUSଦେଶ ବିଦେଶମୁଖ୍ୟ ଖବର

ଜେଏନୟୁ କ୍ୟାମ୍ପସରେ ନିର୍ମାଣ ହୋଇଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଆଜି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ସନ୍ଧ୍ୟା 6:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଉପସ୍ଥିତ ରହିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ବିବେକାନନ୍ଦଙ୍କ ନୀତି ତଥା ବାର୍ତ୍ତା ଦେଶର ଯୁବପିଢୀଙ୍କ ପାଇଁ ବାଟ ଦେଖାଉଛି ଏବଂ ଭାରତ ଗର୍ବିତ ଯେ ତାଙ୍କ ପରି ଏଠାରେ ଜନ୍ମ ହୋଇଥିବା ଜଣେ ମହାନ ବ୍ୟକ୍ତି ସାରା ବିଶ୍ୱରେ କୋଟି କୋଟି ଲୋକଙ୍କୁ ପ୍ରେରଣା ଯୋଗାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା କହିଛନ୍ତି ଯେ ତାଙ୍କ ଜୀବନରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଆଜି ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ସର୍ବଦା ଜୋର ଦେଇଛନ୍ତି ଯେ ଲୋକଙ୍କ ସେବା କରି ଯୁବକମାନଙ୍କୁ ସଶକ୍ତ କରି ଦେଶ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଭାବରେ ସଶକ୍ତ ହୁଏ ଏବଂ ଏହା ଦେଶର ବିଶ୍ୱସନୀୟତା ମଧ୍ୟ ବଢାଇଥାଏ । ଭାରତର ସମୃଦ୍ଧତା ଏବଂ ଶକ୍ତି ଏହାର ଲୋକଙ୍କ ଉପରେ ରହିଛି ଏବଂ କେବଳ ସମସ୍ତଙ୍କୁ ସଶକ୍ତ କରି ଦେଶ ଆତ୍ମନିର୍ଭରଶୀଳ ଭାରତର ଲକ୍ଷ୍ୟ ହାସଲ କରିବ।

ସୂଚନାଯୋଗ୍ୟ ଯେ ଗତ ବର୍ଷ JNU ରେ ବିବେକାନନ୍ଦଙ୍କ ପ୍ରତିମାକୁ ଅପମାନିତ କରିବା ନେଇ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା | ସ୍ୱାମୀ ବିବେକାନନ୍ଦଙ୍କ ଏହି ପ୍ରତିମୂର୍ତ୍ତିକୁ ଜେଏନୟୁର ପୁରାତର ଛାତ୍ର ପରିଷଦର ସହଯୋଗରେ ଜେଏନୟୁ କ୍ୟାମ୍ପସରେ ସ୍ଥାପନ କରାଯାଇଛି ।

Show More

Related Articles

Back to top button