Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଫୋନ ମାଧ୍ୟମରେ ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି । ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରିଛନ୍ତି ମୋଦୀ । ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟ ଉପରେ ଭାରତର ଆଭଭିମୁଖ୍ୟକୁ ଦୋହରାଇଥିଲେ ଏବଂ ଏହାର ସମାଧାନ କରିବାକୁ କୂଟନୈତିକ ପ୍ରକ୍ରିୟାକୁ ଆପଣାଇବା ପାଇଁ କହିଥିଲେ । ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଅନେକ ଥର ଭ୍ଲାଦମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇସାରିଛନ୍ତି । ଯୁଦ୍ଧ ରୋକିବା ପାଇଁ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇ ସାରିଛନ୍ତି । ୟୁକ୍ରେନ ସଙ୍କଟ ବ୍ୟତୀତ ଦୁଇ ଦେଶ ଦ୍ୱିପାକ୍ଷିକ ବ୍ୟବସାୟ ସମେତ ଅନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ଏଥିସହିତ ପୁଟିନଙ୍କ ଭାରତ ଯାତ୍ରା ସମୟରେ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା ମଧ୍ୟ ଆଜିର ଚର୍ଚ୍ଚା ସମୟରେ ହୋଇଥିଲା । ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ସଙ୍କଟକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେଂସ୍କିଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇସାରିଛନ୍ତି । ରୁଷ ସହ ଖାଦ୍ୟ ସୁରକ୍ଷା ସମେତ ଅନେକ ବୈଶ୍ୱିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି ମୋଦୀ । ପୂର୍ବରୁ ମଧ୍ୟ ଯୁଦ୍ଧ ସଙ୍କଟର ସମାଧାନ ଆଲୋଚନା ମାଧ୍ୟମରେ ବାହାର କରିବାକୁ ଅପୀଲ କରିସାରିଛନ୍ତି ।

Show More

Related Articles

Back to top button