Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମରକ୍କୋ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ପିଏମ ମୋଦି

ନୂଆଦିଲ୍ଲୀ: ମରକ୍କୋ ଭୂମିକମ୍ପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧନଜୀବନ ହାନିକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି ।

ଶନିବାର ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ମରକ୍କୋର ଏହି ଦୁଃଖ ସମୟରେ ଭାରତ ମରକ୍କୋ ସହିତ ରହିଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପିଏମ ମୋଦି । ଏହି କଠିନ ସମୟରେ ମରକ୍କୋକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବ ଭାରତ ।

ଏଠାରେ ସୂଚନାଯୋଗ୍ୟ ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏଥିରେ 3ଶହ ଲୋକଙ୍କ ମୃତ୍ୟୁ ହୋଇଛି, ସେହିପରି ଶହଶହ ଲୋକ ଆହତ ହୋଇଛନ୍ତି । ଅନେକ ଘର ମାଟିରେ ମିଶିଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6.8 ।

Show More

Related Articles

Back to top button