ଶିମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ବଡ ସରପ୍ରାଇଜ୍

ନୂଆଦିଲ୍ଲୀ: ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗଦେବାକୁ ଶିମଲା ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ବଡ଼ ସରପ୍ରାଇଜ୍ ମିଳିଛି। ଭିଡ଼ ଭିତରେ ଥିବା ଜଣେ ମହିଳା ମୋଦିଙ୍କୁ ତାଙ୍କ ମା’ ହୀରାବେନଙ୍କ ପେନସିଲରେ ଅଙ୍କା ଯାଇଥିବା ଗୋଟିଏ ଫଟୋ ଉପହାର ଦେଇଛନ୍ତି। ଏହାକୁ ଗ୍ରହଣ କରିବା ପାଇଁ ମୋଦି ସୁରକ୍ଷା ବଳୟକୁ ଭାଙ୍ଗି ହଠାତ୍ କାର୍ରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ଫଟୋ ଚିତ୍ରକୁ ଧରି ତାଙ୍କୁ ଦେଖିବାକୁ ଅପେକ୍ଷା କରିଥିବା ମହିଳାମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ଫଟୋ ଚିତ୍ର ଆଙ୍କିଥିବା ମହିଳା ଜଣଙ୍କ ମୋଦିଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ମୋଦି ମଧ୍ୟ ତାଙ୍କ ମୁଣ୍ଡରେ ହାତ ରଖିଥିଲେ। ଏହାପରେ ମୋଦି ଫଟୋ ଦେଖାଇ ପଚାରିଥିଲେ ଯେ ଆପଣ “କ’ଣ ଏହା କରିଛନ୍ତି? ଏହାକୁ ତିଆରି କରିବାରକୁ କେତେ ସମୟ ଲାଗିଛି? ତୁମ ନାଁ କ’ଣ? ତୁମେ କେଉଁଠି ରହୁଛ?” ଏହା ଶୁଣି ମହିଳା ଜଣଙ୍କ ତାଙ୍କୁ ଉତ୍ତର ଦେଲେ ଯେ, ଏହାକୁ ତିଆରି କରିବାକୁ ଗୋଟିଏ ଦିନ ଲାଗିଥିଲା । ଏହି ଭିଡିଓଟି ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ଟ୍ୱିଟ କରାଯାଇଛି।