Breaking PLUSଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ମୋହନପୁର-ହସଡିହା ରେଳଲାଇନ ଓ ଦେଓଘର-ଦୁବ୍ରିଗଡ ଟ୍ରେନର କରିବେ ଶୁଭାରମ୍ଭ

ରାଂଚି, 29 ଫେବ୍ରୁଆରି – ଝାରଖଣ୍ଡକୁ ପୁଣି ଥରେ ନୂଆ ରେଳ ଲାଇନ ଉପହାର ମିଳିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେବଘରରୁ ଗୋଡ୍ଡାକୁ ସିଧା ସଂଯୋଗ କରୁଥିବା ମୋହନପୁର-ହଂଦଡିହା ନୂଆ ରେଳଲାଇନର ଉଦଘାଟନ ଓ ଦେଓଘର ଦୁବ୍ରିଗଡ ଟ୍ରେନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଧାନବାଦରୁ ଏହି ଯୋଜନାର ଶୁଭାରମ୍ଭ କରିବେ । ସେ ସକାଳ 11.25 ମିନିଟ ସମୟରେ ଭିସି ଜରିଆରେ ଏହାର ଶୁଭାରମ୍ଭ କରିବେ । ମୋହନପୁର ଜଙ୍କସନରୁ ଆୟୋଜିତ ହେବାକୁ ଥିବା ସମାରୋହରେ ଗୋଡ୍ଡା ସାଂସଦ ଡକ୍ଟର ନିଶିକାନ୍ତ ଦୁବେ ଟ୍ରେନକୁ ସବୁଜ ପତାକା ଦେଖାଇବେ । ରେଲୱେ ମୋହନପୁର ଜଙ୍କସନରେ ଭବ୍ୟ ସମାରୋହର ପ୍ରସ୍ତୁତି କରାଯାଇଛି ।
ରେଳ ମନ୍ତ୍ରାଳୟ ଅନୁସାରେ 753.48 କୋଟିର ମୋହନପୁର ହଂସଡିହା ରେଳ ଲାଇନର ଲମ୍ବ 38.110 କିଲୋମିଟର ଅଟେ । ଏହି ରେଳଲାଇନରେ 5ଟି ଷ୍ଟେସନ ମୋହନପୁର, ଖଡିୟାଡିହ, ହରଲାଟାଂଡ, କକନୀ ଓ ହଂସଡିହା ରହିଛି ।

Show More

Related Articles

Back to top button