ଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଫୋନରେ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ଟେଲିଫୋନରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୟୁକ୍ରେନ ସଂଘର୍ଷ ଉପରେ ଆଲୋଚନା ହୋଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହି ସମୟରେ ପିଏମ ମୋଦୀ ଯୁଦ୍ଧକୁ ଶୀଘ୍ର ଶେଷ କରିବା ଏବଂ କୂଟନୀତିର ରାସ୍ତାରେ ଚାଲିବା ଉପରେ ଜୋର ଦେଇଛନ୍ତି’। ପିଏମ ମୋଦୀ ପୁଣି ଥରେ ଭାରତର ଦୃଢ ବିଶ୍ୱାସକୁ ଦୋହରାଇବା ସହ ସୈନ୍ୟ ସମାଧାନ ସଂଘର୍ଷର ଅନ୍ତ ନୁହେଁ ବୋଲି କହିଛନ୍ତି।

ସେହିପରି ଶାନ୍ତିର ଯେକୌଣସି ପ୍ରୟାସରେ ଭାରତ ପୂରା ସହଯୋଗ କରିବାକୁ ସବୁବେଳେ ପ୍ରସ୍ତୁତ ଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଅବଗତ କରାଇଥିଲେ। ଏହି ଆଲୋଚନାରେ ଜାତିସଂଘ ଚାର୍ଟର, ଅନ୍ତରାଷ୍ଟ୍ରୀୟ ନିୟମ ଏବଂ ସବୁ ଦେଶର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ କରିବାର ମହତ୍ୱକୁ ଦୋହରାଇଥିଲେ।

ୟୁକ୍ରେନରେ ଥିବା ପରମାଣୁ ପ୍ରତିଷ୍ଠାନର ସୁରକ୍ଷାକୁ ଭାରତ ଗୁରୁତ୍ୱ ଦେଉଥିବା ପିଏମ ମୋଦୀ କହିଥିଲେ। ପରମାଣୁ ପ୍ରତିଷ୍ଠାନ ଗୁଡିକ ବିପଦରେ ରହିବା ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ଦୀର୍ଘ ଏବଂ ବିନାଶକାରୀ ପରିମାଣ ହୋଇପାରେ।

Show More

Related Articles

Back to top button