Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ସୁସ୍ଥ ବିଶ୍ୱ ପାଇଁ ପ୍ରତିବଦ୍ଧତା ଦୋହରାଇଲେ ପିଏମ

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସୁସ୍ଥ ବିଶ୍ୱ ଗଠନ କରିବା ପାଇଁ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ସରକାର ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟର ବିଭିନ୍ନ ଦିଗଗୁଡିକ ଉପରେ ନିବେଶ କରିବା ଜାରି ରଖିବ । ଉତ୍ତମ ସ୍ୱାସ୍ଥ୍ୟ ହେଉଛି ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ, ଆସନ୍ତୁ ଆମେ ଏକ ସୁସ୍ଥ ବିଶ୍ୱ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃ ଦୋହରାଇବା । ଆମ ସରକାର ସ୍ୱାସ୍ଥ୍ୟ ସେବା ଉପରେ ଧ୍ୟାନ ଦେବା ଏବଂ ଲୋକଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟର ବିଭିନ୍ନ ଦିଗଗୁଡିକ ଉପରେ ନିବେଶ ଜାରି ରଖିବ। ଉତ୍ତମ ସ୍ୱାସ୍ଥ୍ୟ ହେଉଛି ପ୍ରତ୍ୟେକ ସମୃଦ୍ଧ ସମାଜର ମୂଳଦୁଆ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି।