ଦେଶ ବିଦେଶମୁଖ୍ୟ ଖବରରାଜନୀତିସାକ୍ଷାତକାରସ୍ୱତନ୍ତ୍ର

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଜବେକିସ୍ତାନ ସମରକନ୍ଦରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ-ରୁଷ୍ ମଧ୍ୟରେ ସଂପର୍କ କେତେ ସୁଦୃଢ଼ ତାହା ସାରା ଦୁନିଆ ଜାଣିଛି। ଆଗାମୀ ଦିନରେ ଦୁଇ ରାଷ୍ଟ୍ରର ସଂପର୍କ ଅଧିକ ଘନିଷ୍ଠ ହେବ। ପୁଟିନଙ୍କୁ ମୋଦି କହିଥିଲେ ଯେ, ଆପଣଙ୍କର-ମୋର ରାଜନୈତିକ ଜୀବନ ପ୍ରାୟ ଏକା ସମୟରେ ଆରମ୍ଭ ହୋଇଥିଲା। ସେହିଦିନ ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ଯୁଦ୍ଧ କାଳରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ରୁଷ ସହଯୋଗ କରିଥିବାରୁ ମୋଦି ଧନ୍ୟବାଦ ଦେଇଥିଲେ। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଛନ୍ତି। ୟୁକ୍ରେନ ଯୁଦ୍ଧ ଶୀଘ୍ର ଶେଷ ହେଉ ବୋଲି ରୁଷ୍ ରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି ଯେ, ଆମେ ଚାହୁଁଛୁ ଏସବୁ ଶୀଘ୍ର ସରୁ। କିନ୍ତୁ ୟୁକ୍ରେନ ସହଯୋଗ କରୁନଥିବା ପୁଟିନ୍ କହିଛନ୍ତି। ୟୁକ୍ରେନ୍ ସହ ଯାହା ଚାଲିଛି ଆମେ ଚାହୁଁଛୁ ଏସବୁ ଶୀଘ୍ର ଶେଷ ହେଉ। କିନ୍ତୁ ଯୁଦ୍ଧ ସାରିବାକୁ ୟୁକ୍ରେନ ସହଯୋଗ କରୁନି ବୋଲି ପୁଟିନ୍ ମତ ଦେଇଛନ୍ତି। ଉଜବେକିସ୍ତାନର ରାଷ୍ଟ୍ରପତି ସୌକତ ମଜିୟୋଏଭ୍‌ଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀରେ ଯୋଗ ଦେବାକୁ ଉଜବେକିସ୍ତାନ ଗସ୍ତ କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ମୋଦି-ପୁଟିନ୍‌ଙ୍କ ସାକ୍ଷାତ ହୋଇଛି । ଅନ୍ୟପଟେ ମୋଦି ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ନେଇ ବେଜିଂ ଏପର୍ଯ୍ୟନ୍ତ ନିରବ ରହିଛି ।

Show More

Related Articles

Back to top button