ଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚାକିରି ପାଇଁ ଆଶା ରଖିଥିବା ଲୋକଙ୍କୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ନିଯୁକ୍ତି ମେଳା ମାଧ୍ୟମରେ ସେ ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟୁଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ୧୦ଲକ୍ଷ ଆଶାୟୀଙ୍କୁ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୪୫ଟି ସ୍ଥାନରେ ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବିତରଣ କରୁଛନ୍ତି। ମଙ୍ଗଳବାର ସକାଳ ୧୦ଟା ୩୦ରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ନିଯୁକ୍ତିପତ୍ର ବଣ୍ଟାଯାଇଛି। ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି ଓ ରେଲୱେରେ କରାଯାଉଛି।

ସ୍ୱତନ୍ତ୍ର ଅନଲାଇନ୍ ସିଷ୍ଟମ ଦ୍ୱାରା ଖାଲି ପଦବୀ ଓ ନିଯୁକ୍ତି ପ୍ରକ୍ରିୟାର ଅନୁଧ୍ୟାନ କରାଯାଉଛି। ଖାସ୍ କରି ମହିଳା, ଦିବ୍ୟାଙ୍ଗ ଓ ଆଶାୟୀ ଜିଲ୍ଲାର ପ୍ରାର୍ଥୀମାନଙ୍କ ପାଇଁ ବିଶେଷ ଲାଭ ହୋଇପାରିବ। ଏହି ରୋଜଗାର ମେଳା ଅଧୀନରେ ୨୦୨୨ ଅକ୍ଟୋବରରେ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆସାରିଛି।

Show More

Related Articles

Back to top button