
ନୂଆଦିଲ୍ଲୀ: ଦିଲ୍ଲୀରେ ବସି ୟୁରୋପ୍ରେ କଲେ କାର୍ ଡ୍ରାଇଭ୍ କଲେ ପ୍ରଧାନମନ୍ତ୍ରୀ । ନିଜେ 5G ସେବାର ମଜା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି 5G ସେବାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁରୋପ୍ରେ ଏକ କାର୍ର ଟେଷ୍ଟ ଡ୍ରାଇଭ୍ କରିଛନ୍ତି। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ବସି ମୋଦି 5G ଟେକ୍ନିକ୍ ଜରିଆରେ ୟୁରୋପ୍ରେ କାର୍ ଚଳାଇବାର ମଜା ନେଇଛନ୍ତି। ମୋଦିଙ୍କ ଏହି କାର୍ ଟେଷ୍ଟ୍ ଡ୍ରାଇଭ୍ର ଫଟୋକୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ଟ୍ୱିଟର୍ରେ ଶେୟାର କରିଛନ୍ତି। ସେ କ୍ୟାପସନ୍ରେ ଲେଖିଛନ୍ତି, ‘ପୂରା ବିଶ୍ୱକୁ ଚଳାଉଛି ଭାରତ’। ଏଥିରୁ ସ୍ପଷ୍ଟ ଯେ, 5G ଟେକ୍ନୋଲଜୀ ଜରିଆରେ ଭାରତ ବାହାର ଥିବା କାର୍କୁ ମଧ୍ୟ ରିମୋଟ୍ ଜରିଆରେ ନିୟନ୍ତ୍ରଣ କରାଯାଇପାରିବ।