Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପୁରୀ ଅଭିମୁଖେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱରରୁ ବାହାରି ସକାଳ ୯ଟା ୫ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିବେ । ପାଖାପାଖି ୪୦ ମିନିଟ ମନ୍ଦିର ଭିତରେ ରହିବେ ରାଷ୍ଟ୍ରପତି ।

ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱରରୁ ବାହାରି ସକାଳ ୯ଟା ୫ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିବେ । ପାଖାପାଖି ୪୦ ମିନିଟ ମନ୍ଦିର ଭିତରେ ରହିବେ ରାଷ୍ଟ୍ରପତି । ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ସହ ମା’ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ଯିବେ । ୯ଟା ୪୫ରେ ଶ୍ରୀମନ୍ଦିରରୁ ବାହାରି କୋଣାର୍କ ଅଭିମୁଖେ ଯିବେ ରାଷ୍ଟ୍ରପତି ।

ସକାଳ ୧୦ଟା ୪୫ରେ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ପହଞ୍ଚିବେ । ପାଖାପାଖି ଅଧଘଣ୍ଟା ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ୧୧ଟା ୨୦ରେ ତୈଳ ନିଗମର ବ୍ୟାଖ୍ୟାନ କେନ୍ଦ୍ରରେ ପହଞ୍ଚିବେ । କୋଣାର୍କ ଯାତ୍ରୀ ନିବାସରେ ମଧ୍ୟାହ୍ନଭୋଜନ ସାରି ବିଶ୍ରାମ ନେବେ ରାଷ୍ଟ୍ରପତି । ଅପରାହ୍ଣ ୪ଟାରେ ଯାତ୍ରୀ ନିବାସ ଛାଡ଼ିବେ ଓ ୪ଟା ୫ରେ କୋଣାର୍କ ହେଲିପ୍ୟାଡ୍‌ରୁ ଭୁବନେଶ୍ୱର ଅଭିମୁଖେ ବାହାରିବେ । ସେଠାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୁରୀ ଓ କୋଣାର୍କରେ ମୁତୟନ ଅଛନ୍ତି ୪୦ ପ୍ଲାଟୁନ୍ ଫୋର୍ସ । ଗତକାଲି ସନ୍ଧ୍ୟାରୁ ଆଜି ୧୨ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡର ମେଡିକାଲ୍‌ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆଯାଇଛି । ମେଡିକାଲ୍‌ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ପ୍ରମୁଖ ପ୍ରବେଶ ପଥକୁ ମଧ୍ୟ ସିଲ୍‌ କରି ଦିଆଯାଇଛି ।

ବାଲୁକା କଳାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲୁକା କଳାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଫାଷ୍ଟ ଲେଡି ସବିତା କୋବିନ୍ଦଙ୍କ ବାଲୁକାକଳା ନିର୍ମାଣ କରିଛନ୍ତି ।

Show More

Related Articles

Back to top button