Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର- ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ସମୟରେ ସେ ନୟାଗଡ଼ ଜିଲା କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବା ସହିତ ନିକଟରେ ଥିବା ବିଶ୍ବାବସୁ ଶବରରାଜାଙ୍କ ଜନ୍ମସ୍ଥାନ କାଳିଆପଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ବିଶ୍ବାବସୁ ଶବର ସମାଜ ପ୍ରତିଷ୍ଠାନର ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ରାଷ୍ଟ୍ରପତି କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ରାଜଭବନରେ ରାତ୍ରିଯାପନ କରିବେ। ମଙ୍ଗଳବାର ପୂର୍ବାହ୍ଣ ୯ଟା ସମୟରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭୁବନେଶ୍ବର ସହିତ କଣ୍ଟିଲୋରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Show More

Related Articles

Back to top button