Breaking PLUSଓଡ଼ିଶାମୁଖ୍ୟ ଖବର
ଅନନ୍ତ ଦାସଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର ୯ ମାର୍ଚ୍ଚ – ଅନନ୍ତ ଦାସଙ୍କ ପରଲୋକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସଙ୍କ ପରଲୋକରେ ମୁଁ ମର୍ମାହତ । ସେ ଜଣେ ସମର୍ପିତ ଜନସେବକ ଥିଲେ । ଓଡ଼ିଶାବାସୀଙ୍କ କଲ୍ୟାଣ ନିମନ୍ତେ ସେ ଅନେକ କାର୍ଯ୍ୟ କରିଯାଇଛନ୍ତି । ସ୍ବର୍ଗତ ଦାସଙ୍କ ଶୋକସନ୍ତପ୍ତ ପରିବାର, ବନ୍ଧୁପରିଜନ ଓ ଅନୁରାଗୀମାନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ।