Breaking PLUSଓଡ଼ିଶାମୁଖ୍ୟ ଖବର

SCB ରୁ ଡିସଚାର୍ଜ ହେଲେ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା

ମୁଣ୍ଡଳି ବୋଟ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଓଟିଭିର ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା ଆଜି ସୁସ୍ଥ ହୋଇ କଟକ ବଡ଼ମେଡ଼ିକାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ଡିସଚାର୍ଜ ହେବା ଅବସରରେ ସେ ଅତି ଭାବବିହ୍ୱଳ ହୋଇ ପଡ଼ିବା ସହ ଅରିନ୍ଦମଙ୍କ କଥା ମନେ ପକାଇ କାନ୍ଦିପକାଇଥିଲେ । ସେ କହିଲେ ଯେ, ‘ଆପଣ ସମସ୍ତଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁ ଆଜି ନୂଆ ଜୀବନ ପାଇଛି । ମୁଁ ସୁସ୍ଥ ହୋଇ ଘରକୁ ଫେରୁଛି । ହେଲେ ମନରେ ଦୁଃଖ ରହିଗଲା ଯେ, ଅରିନ୍ଦମ ଭାଇ ମୋତେ ଛାଡ଼ି ଚାଲିଗଲେ । ଆମେ ଦୁହେଁ ସାଥୀ ହୋଇ ସବୁ ଜାଗାକୁ ନ୍ୟୁଜ୍ କଭର କରିବାକୁ ଯାଉଥିଲୁ । ମୁଁ ଆଜି ଏକା ହୋଇଗଲା ଭଳି ଲାଗୁଛି । ଏହା ସବୁଠୁ ଅଧିକ କଷ୍ଟ ଦେଉଛି । ମନରେ ସବୁଦିନ ପାଇଁ ଏହି ଦୁଃଖ ରହିବ ।’ ପ୍ରଭାତ ପୁଣି କହିଥିଲେ ଯେ, ସେଠୁ କିପରି ବଞ୍ଚିକି ଆସିଛି ତାହା ଉପରବାଲା ହିଁ ଜାଣିଛି । ବୋଟ୍ ତଳେ ବହୁ ସମୟ ରହି ଯାଇଥିଲି । ବହୁ ସଂଘର୍ଷ କରି ବାହାରକୁ ଆସିଲି । ଅଘଟଣ କେତେବେଳେ ଆସିବ କେହି କହିପାରିବେନି । ୟା ପୂର୍ବରୁ ବି ଆମେ ବହୁ ବିପଦପୂର୍ଣ୍ଣ ଜାଗାକୁ ଯାଇ କାମ କରିଛୁ । ହେଲେ ଏମିତି ଅଘଟଣ ଘଟିବ ବୋଲି ଆମେ ଜାଣି ନଥିଲୁ । ଯେତେବେଳେ ଯାହା ଘଟିବାର ଥିବ ଘଟିବ । ଆମେ କେବଳ ଆମ କାମ କରି ଚାଲିବୁ ।

Show More

Related Articles

Back to top button