Breaking PLUSଦେଶ ବିଦେଶମୁଖ୍ୟ ଖବର
ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକାଙ୍କ ପରଲୋକ
ବିମାନ ଦୁର୍ଘଟଣାରେ ବ୍ରାଜିଲର ଲୋକପ୍ରିୟ ଗାୟିକା ମାରିଲିଆଙ୍କ ପରଲୋକ । ୨୬ ବର୍ଷରେ ତାଙ୍କର ବିୟୋଗ ଘଟିଛି । ଗାୟିକାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ମାରିଲିଆଙ୍କ ସହ ତାଙ୍କର ଜଣେ ମାମୁଁ ଏବଂ ଜଣେ ପ୍ରୋଡ୍ୟୁସର ଏବଂ ଦୁଇ ଜଣ କ୍ରୁ ସଦସ୍ୟ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା କିପରି ଘଟିଲା ସେ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରିନାହିଁ ।
ମାରିଲିଆଙ୍କ ମୃତ୍ୟୁକୁ ସମବେଦନା ଜଣାଇ ବ୍ରାଜିଲର ରାଷ୍ଟ୍ରପତି ଟ୍ୱିଟରରେ ଲେଖିଛନ୍ତି ଯେ, ଏହି ଖବର ସମଗ୍ର ଦେଶକୁ ଚକିତ କରି ଦେଇଛି ଯେ ମାରିଲିଆ ତାଙ୍କ ପିଢି ଅନ୍ୟତମ ମହାନ କଳାକାର । ନ୍ୟୁଜ୍ ୱେବସାଇଟ୍ ଅନୁଯାୟୀ, ବିମାନଟି ପଶ୍ଚିମ ସହର ଗୋଏନିଆରୁ କାରିଙ୍ଗା ଅଭିମୁଖେ ଯାଉଥିଲା । ମାରିଲିଆ ଶୁକ୍ରବାର ଦିନ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ରିପୋର୍ଟରେ କୁହାଯାଇଛି ଯେ ବିମାନ ଦୁର୍ଘଟଣାର କାରଣ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି ।