Breaking PLUSଓଡ଼ିଶାମୁଖ୍ୟ ଖବର
ପୋଲିସ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ୱର- ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ । ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ ପୋଲିସର ନୂଆ ଯୋଜନା । ଥାନା ରିସେପସନ୍ ଦାୟିତ୍ବରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା । ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ, ଭିଡିଓ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ, ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି ।ପାନିକ୍ ବଟନ ଦବାଇବା ମାତ୍ରେ ଅଭାବନୀୟ ଘଟଣା ରେକର୍ଡ ହେବ । ପାଇଲଟ ପ୍ରୋଜେକ୍ଟ ଆରମ୍ଭ କଲା କମିଶନରେଟ୍ ପୋଲିସ ।