
ବନ୍ଧା ହେଲେ ରସିକିଆ ଟ୍ୟୁସନ୍ ସାର୍ । ପାଠ ପଢାଉଥିବା ଛାତ୍ରୀଙ୍କୁୂ ଅପହରଣ କରି ନେଇଥିବା ଏହି ଟ୍ୟୁସନ୍ ସାରଙ୍କୁ ସମ୍ବୁଲପୁରରୁ ଗିରଫ କରିଛି ପୁଲିସ । ଭୁବନେଶ୍ୱରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାର ଅପହରଣ କରିନେବା ଅଭିଯୋଗ ହୋଇଥିଲା ।
ଟ୍ୟୁସନ ସାର୍ ଗୋପାଳ କୃଷ୍ଣ ବଡତ୍ୟାଙ୍କୁ ସମ୍ବଲପୁର ଅଇଁଠାପାଲ୍ଲୀ ଅଞ୍ଚଳରୁ ପୁଲିସ ଗିରଫ କରିଛି । ଅପହରଣ ହୋଇଥିବା ଦୁଇ ଛାତ୍ରୀଙ୍କୁ ବଡଗଡ ପୁଲିସ ଉଦ୍ଧାର କରିଛି ।
ଗତ ରବିବାର ୨ ଛାତ୍ରୀଙ୍କୁ ନେଇ ଟ୍ୟୁସନ ମାଷ୍ଟର ଫେରାର ହୋଇଯାଇଥିଲେ । ପ୍ରତିଶୋଧ ପରାୟଣ ହୋଇ ସାର୍ ଏମିତି କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।
ଗୋପାଳକୃଷ୍ଣ ବଡତ୍ୟା ନାମକ ଜଣେ ଯୁବକ ୨ ନାବାଳିକା ଭଉଣୀଙ୍କୁ ଟ୍ୟୁସନ କରୁଥିଲେ । ହେଲେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଟ୍ୟୁସନ କରିବାରୁ ସନ୍ଦେହ କରିଥିଲେ ପରିବାର ନାବାଳିକାଙ୍କ ପରିବାର ଲୋକେ । ଆଉ ୨ ଭଉଣୀଙ୍କୁ ଆଉ ଟ୍ୟୁସନ ଛାଡ଼ିବାକୁ ମନା କରିଥିଲେ । ହେଲେ ଏଥିରେ ରାଗି ଯାଇ ସଂପୃକ୍ତ ଟ୍ୟୁସନ ମାଷ୍ଟର ଜଣକ ଧମକ ଚମକ ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।