Breaking PLUSଓଡ଼ିଶାମୁଖ୍ୟ ଖବର

ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ

ଆଜି ତିନିଟି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ସେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ । ମାଲକାନଗିରି ଜିଲ୍ଲାର ମୋଟୁ, କୋରାପୁଟ ଜିଲ୍ଲାର ସୁନାବେଡ଼ା ଯିବେ ପୋଲିସ ଡିଜି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିବେ ।

ଆଜି ତିନିଟି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ସେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ । ମାଲକାନଗିରି ଜିଲ୍ଲାର ମୋଟୁ, କୋରାପୁଟ ଜିଲ୍ଲାର ସୁନାବେଡ଼ା ଯିବେ ପୋଲିସ ଡିଜି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ଏନଫୋର୍ସମେଣ୍ଟ ସ୍ଥିତିର ସମୀକ୍ଷା କରିବେ । ତିନିଟି ଯାକ ଜିଲ୍ଲା ଛତିଶଗଡ଼ ସୀମାନ୍ତକୁ ଲାଗି ରହିଛି । ସୀମାରେ କେମିତି ଚାଲିଛି ପୋଲିସ ଏନଫୋର୍ସମେଣ୍ଟ ସ୍ଥିତି ପରଖିବେ ପୋଲିସ ଡିଜି ।

ସେହିପରି ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଓ ମାଓ ଦମନ ରଣନୀତି ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । କୋଭିଡ୍ ସମୟରେ ପୋଲିସ କର୍ମଚାରୀ ଅହରହ ଲୋକଙ୍କୁ ସଚେତନ କରାଇବା କାମରେ ଲାଗିଛନ୍ତି । ଲକଡାଉନ୍ ବେଳେ ସୀମାରେ ଯାଞ୍ଚକୁ କଡ଼ିକଡ଼ି କରିଛି ପୋଲିସ । ଏଭଳି ସମୟରେ ପୋଲିସ ଡିଜିଙ୍କ ଗସ୍ତ ପୋଲିସର ମନୋବଳକୁ ଆହୁରି ବଢ଼ାଇବ ।

Show More

Related Articles

Back to top button