Breaking PLUSଓଡ଼ିଶାମୁଖ୍ୟ ଖବର

ବୋରୱେଲ୍ ଭିତରୁ ଶିଶୁ ଉଦ୍ଧାର ଘଟଣା, ଜନ୍ମଦାତ୍ରୀକୁ ଖୋଜିବା ପାଇଁ ରେଙ୍ଗାଲି ପୁଲିସର ତନାଘନା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ପାଖରେ ଥିବା ପରିତ୍ୟକ୍ତ ବୋରୱେଲ୍ ଭିତରେ ପଡିଥିବା ନବଜାତ ଶିଶୁକନ୍ୟାକୁ ସତର୍କତାର ସହିତ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ଶିଶୁକୁ ଜନ୍ମ ଦେଇ ବୋରୱେଲ ଭିତରେ ଫିଙ୍ଗି ଫେରାର ଥିବା ଜନ୍ମଦାତ୍ରୀକୁ ଖୋଜି ବାହାର କରିବା ପାଇଁ ରେଙ୍ଗାଲି ପୁଲିସ ତନାଘନା ଆରମ୍ଭ କରିଛି। ବୁଧବାର ରେଙ୍ଗାଲି ଆଇଆଇସି ସୁଦର୍ଶନ ପଣ୍ଡା, ସବ୍ଇନ୍ସପେକ୍ଟର ଯଶୋବନ୍ତ ସାଲିମା ସଦଳବଳେ ଲାରିପାଲିର ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳରେ ଛାନ୍‌ଭିନ୍ କରିଛନ୍ତି। ଏହା ସହିତ ବୋରୱେଲ ଆଖପାଖ ଜନବସତି ଏବଂ ଅନତିଦୂରରେ ଥିବା ଇଟାଭାଟିରେ ରହି କାମ କରୁଥିବା ଶ୍ରମିକମାନଙ୍କୁ ଘଟଣା ସଂକ୍ରାନ୍ତରେ ପଚରାଉଚରା କରିଥିବା ଜଣାପଡିଛି। ଘଟଣା ସଂକ୍ରାନ୍ତରେ ଅବଗତ ଥିବା ଭଳି ୮ଜଣଙ୍କୁ ପୁଲିସ ପଚରାଉଚରା କରିଛି।

Show More

Related Articles

Back to top button