ଦେଶ

ମନମୋହନ ସିଂଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦି

ଗତ ରାତିରେ ଜ୍ୱରରେ ଆକ୍ରାନ୍ତ ହୋଇ ଦିଲ୍ଲୀସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର୍‌ ମନମୋହନ ସିଂହ । ମନମୋହନ ସିଂହ ଆଶୁ ଆରୋଗ୍ୟ କାମନା କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ କରିଛନ୍ତି । ସେ ଟୁଇଟ୍‌ କରି ଲେଖିଛନ୍ତି ଡକ୍ଟର୍‌ ମନମୋହନ ସିଂହଜୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।

ଗତ ମାସରେ ୮୯ ବର୍ଷରେ ପଦାର୍ପଣ କରିଥିବା ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ଲାଗି ଆଜି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା ‘ଏମ୍‌ସ୍‌’ ଯାଇଥିଲେ । ଏ ସଂକ୍ରାନ୍ତରେ ହିନ୍ଦୀରେ ଟୁଇଟ୍‌ କରି ସେ ଲେଖିଛନ୍ତି, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ନୂଆଦିଲ୍ଲୀସ୍ଥିତ ‘ଏମ୍‌ସ୍‌’ରେ ସାକ୍ଷାତ୍‌ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ବୁଝିଲି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ବୁଧବାର ବିଳମ୍ବିତ ରାତ୍ରୀରେ ଜାରି ହୋଇଥିବା ବୁଲେଟିନ୍‌ରେ ଡାକ୍ତରମାନେ କହିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Show More

Related Articles

Back to top button