Breaking PLUSଦେଶମୁଖ୍ୟ ଖବରରାଜନୀତି
ଆଜି ନାମାଙ୍କନ ଭରିବେ ପିଏମ ମୋଦି

ବାରଣାସୀ- ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍ତର ପ୍ରଦେଶର ବାରାଣସୀ ଆସନ ପାଇଁ ବିଧିବଦ୍ଧ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବ୍ୟାପକ କାର୍ଯ୍ୟକ୍ରମ ରହିଛି। ସକାଳ ୯ଟା ବେଳେ ଗଙ୍ଗାରେ ସ୍ନାନ କରି ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟା ୪୦ରେ ନାମାଙ୍କନ ଭରିବା ନେଇ ସୂଚନା ରହିଛି। ମୋଦୀଙ୍କ ସହ ଗୃହମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ। ୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୩୬ ଭିଆଇପି ମଧ୍ୟ ଉପସ୍ଥିତ ରହିବେ।