Breaking PLUSଦେଶମୁଖ୍ୟ ଖବର
ରାଜସ୍ଥାନରେ ପୁଣି ପାକିସ୍ତାନକୁ ଟାର୍ଗେଟ କଲେ ପିଏମ ମୋଦି

ଅପରେସନ ସିନ୍ଦୂର ପରେ ପ୍ରଥମ ଜନସଭାରେ ସମ୍ବୋଧନ କରି ରାଜସ୍ଥାନରୁ ପାକିସ୍ତାନକୁ ପୁଣି ଟାର୍ଗେଟ୍ କଲେ ମୋଦୀ । ପହଲଗାମ୍ ହମଲାକୁ ଆଜି ମାସେ ପୂରିଥିବା ବେଳେ ପ୍ରତିଶୋଧର କାହାଣୀ କହି ପୁଣି ଆତଙ୍କୀ ଏବଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି,ପାକିସ୍ତାନ ବିକାନେରର ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ କୌଣସି କ୍ଷତି କରିପାରିଲେ ନାହିଁ। ପାକିସ୍ତାନର ରହିମ ୟାର ଖାନ ଏୟାରବେସ୍ ସୀମା ଆରପଟେ ଅଛି । ଯାହା ପୁଣି କେବେ ଉଠିବ ତାହା କେହି ଜାଣନ୍ତି ନାହିଁ। କାରଣ ଭାରତୀୟ ସେନାର ଆକ୍ରମଣ ପରେ ଏହା ଆଇସିୟୁରେ ଅଛି ।