Breaking PLUSଦେଶମୁଖ୍ୟ ଖବରରାଜନୀତି

ରାଜସ୍ଥାନରେ ରାଜ୍ୟସରକାରଙ୍କୁ ମୋଦିଙ୍କ ନିଶାନା,କହିଲେ ଗେହେଲଟ୍ ସରକାର ପାଇଁ ଦୁର୍ନୀତିରୁ ବଡ କିଛି ନୁହେଁ

ପାଲି, 20 ନଭେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ପାଲିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହି ଅବସରରେ ସେ ରାଜସ୍ଥାନର ଗେହେଲଟ ସରକାରକୁ ନିଶାନା ସାଧିଛନ୍ତି । ସେ କହିଛନ୍ତି ଯେ, ଗେହେଲଟ୍ ସରକାର ପାଇଁ ଦୁର୍ନୀତି ବଡ ଆଉ କିଛି ବି ନୁହେଁ । ଏହି କଂଗ୍ରେସ ସରକାରକୁ ଶିକ୍ଷା ଦେବା ଜରୁରୀ । ରାଜସ୍ଥାନରେ ମହିଳା ଅତ୍ୟାଚାର ବଢୁଛି ଏବଂ ଏଠାରେ ମୁଖ୍ୟମନ୍ତ୍ରୀ ସାର୍ଟିଫିକେଟ ଦେଇ କହୁଛନ୍ତି ଯେ, ସିଏ ମିଛରେ ମାମଲା ରୁଜୁ କରୁଛନ୍ତି, ଯାହାକି ମହିଳାଙ୍କ ପ୍ରତି ଅପମାନ ଅଟେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପାଲିର ଜାଡନରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ଯେ, କେନ୍ଦ୍ରରେ ବିଜେପି ସରକାର ଆପଣଙ୍କ ମୋବାଇଲ୍ ବିଲକୁ ବି କମ୍ କରିଦେଇଛନ୍ତି । ଡେଟାର ମୂଲ୍ୟ 2014 ପୂର୍ବରୁ ଯାହାଥିଲା, ଯଦି ଆଜି ବି ଥାଆନ୍ତା ତେବେ ଆପଣଙ୍କୁ ଗୋଟିଏ ମୋବାଇଲ୍ ପିଛା ଅଧିକ ଖର୍ଚ୍ଚ କରିବାକୁ ପଡିଥାନ୍ତା । ଏବେ ଗୋଟିଏ ପରିବାର 4ଟି ମୋବାଇଲ୍ ଧରୁଛନ୍ତି । ରାଜସ୍ଥାନରେ କଂଗ୍ରେସ ପାଇଁ ଭଷ୍ଟ୍ରାଚାରରୁ ବଡ ଆଉ କିଛି ନାହିଁ ବୋଲି ପିଏମ କହିଛନ୍ତି । କଂଗ୍ରେସ ପାଇଁ ପରିବାରବାଦ ହିଁ ସବୁକିଛି । ତୁଷ୍ଟିକରଣ ବ୍ୟତୀତ କଂଗ୍ରେସ ପାଖରେ କିଛି ନାହିଁ ବୋଲି କହି ନିଶାନା ସାଧିଛନ୍ତି ପିଏମ ମୋଦି ।

Show More

Related Articles

Back to top button