Breaking PLUSଦେଶମୁଖ୍ୟ ଖବରରାଜନୀତି

‘ଯେଉଁଠି ଅନ୍ୟଠାରୁ ଲୋକଙ୍କ ଅପେକ୍ଷା ଶେଷ ହୋଇଥାଏ, ସେଠାରୁ ମୋଦିଙ୍କ ଗ୍ୟାରେଣ୍ଟି ଆରମ୍ଭ ହୋଇଥାଏ’

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ
ବିକଶିତ ଭାରତ ସଂକଳ୍ପ ଯାତ୍ରା ଅଧୀନରେ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ସାରା ଦେଶରୁ ଗୋଟିଏ ସ୍ୱର ଶୁଭୁଛି ଯେ, ମୋଦିଙ୍କ ଗ୍ୟାରେଣ୍ଟି ସେଠାରୁ ଆରମ୍ଭ ହୋଇଥାଏ ,ଯେଉଁଠାରେ ଅନ୍ୟଠାରୁ ଲୋକଙ୍କ ଅପେକ୍ଷା ଶେଷ ହୋଇଥାଏ ।
ବିକଶିତ ଭାରତ ସଂକଳ୍ପ ଯାତ୍ରାର ଚର୍ଚ୍ଚା କରି ପିଏମ କହିଥିଲେ ଯେ,ଯେଉଁମାନେ ସରକାରୀ ଯୋଜନା ପାଇବାରୁ ବଞ୍ଚିତ, ସେମାନଙ୍କ ନିକଟରେ ପହଞ୍ଚିବା ଏହାର ଉଦ୍ଦେଶ୍ୟ । ସରକାରୀ ଯୋଜନାର ଲାଭ ହାସଲ କରିବା ଓ ଦେଶର ନାଗରିକଙ୍କ ନିକଟରେ ଲାଭ ପହଞ୍ଚାଇବାକୁ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୁବପୀଢି, ମହିଳା, ଗରିବ ଓ ଚାଷୀଙ୍କ ବିକାଶ କରିବାକୁ ଚାହୁଛୁ ଏବଂ ଏହି 4ଜଣର ବିକାଶ ହେଲେ ହିଁ ସମସ୍ତଙ୍କର ବିକାଶ ସୁନିଶ୍ଚିତ ହୋଇପାରିବ ବୋଲି ସ୍ୱୀକାର କରୁଛୁ ।

Show More

Related Articles

Back to top button