Breaking PLUSଦେଶମୁଖ୍ୟ ଖବର

ଐତିହ୍ୟ ଉପରେ କହିଲେ ପିଏମ ମୋଦି- ବିଦେଶୀ ଦୃଷ୍ଟି ଓ ତୁଷ୍ଟିକରଣ ଯୋଗୁ ବ୍ୟାପିଛି ଅତିକ୍ରମଣ ଓ ଅବ୍ୟବସ୍ଥା

ନୂଆଦିଲ୍ଲୀ, 12 ମାର୍ଚ୍ଚ – ଦେଶର ଐତିହ୍ୟ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାବରମତୀରେ କହିଛନ୍ତି ଯେ, ‘ଯେଉଁ ଦେଶ ନିଜର ଐତିହ୍ୟକୁ ସମ୍ମାନ କରେ ନାହିଁ, ସେ ଦେଶ ନିଜର ଭବିଷ୍ୟତ ବି ହରାଇବ । ”
ପୂର୍ବ ସରକାର ଐତିହ୍ୟକୁ ଅଣଦେଖା କରିବା ଅଭିଯୋଗ କରିଛନ୍ତି ପିଏମ ମୋଦି । ସେ କହିଛନ୍ତି ଯେ, ବିଦେଶୀ ଦୃଷ୍ଟିରେ ଭାରତକୁ ଦେଖିବା ଓ ତୁଷ୍ଟିକରଣ ଯୋଗୁ ଅତିକ୍ରମଣ, ଅସ୍ୱଚ୍ଛତା, ଅବ୍ୟବସ୍ଥା ଆଦି ଆମର ଐତିହ୍ୟକୁ ଘେରି ନେଇଥିଲା । ଏହା ଯୋଗୁ ଭାରତର ଐତିହ୍ୟ, ଆମର ମହାନ ଐତିହ୍ୟ ଏଭଳି ଭାବେ ଧ୍ୱଂସ ହେବାରେ ଲାଗିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାବରମତୀ ଆଶ୍ରମ ଗସ୍ତ କରି କୋଚରବ ଆଶ୍ରମର ଉଦଘାଟନ କରିବା ସହ ଗାନ୍ଧୀ ଆଶ୍ରମ ସ୍ମାରକର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମା ଉପରେ ପୁଷ୍ପାଂଜଳି ଅର୍ପଣ କରି ହୃଦୟ କୁଂଜ ଗସ୍ତ କରିଛନ୍ତି । ଏହି ଅବସରରେ ସେ ଏକ ବୃକ୍ଷରୋପଣ କରିବା ସହ ପ୍ରଦର୍ଶନୀ ବୁଲି ଦେଖିଥିଲେ ।

Show More

Related Articles

Back to top button