Breaking PLUSଦେଶମୁଖ୍ୟ ଖବର

ଆତଙ୍କବାଦୀଙ୍କୁ ସେମାନଙ୍କ କଳ୍ପନା ବାହାରେ ଦିଆଯିବ ଦଣ୍ଡ

ପହେଲଗାଓଁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଚିହ୍ନଟ କରାଯିବ। ସେମାନଙ୍କୁ ଗୋଟି ଗୋଟି କରି ଖୋଜାଯିବ ଏବଂ ଦଣ୍ଡିତ କରାଯିବ। ଯେଉଁମାନେ ଏହି କାଣ୍ଡ ପଛରେ ରହିଛନ୍ତି ସେମାନଙ୍କୁ ତାଙ୍କ କଳ୍ପନାଠାରୁ ବହୁତ ବଡ଼ ଦଣ୍ଡ ଦିଆଯିବ, ଯାହା ବିଷୟରେ ସେମାନେ କେବେ ଚିନ୍ତା ବି କରି ନ ଥିଲେ। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହେଲଗାଓଁ ଆକ୍ରମଣ ପଛରେ ଥିବା ଆତଙ୍କୀମାନଙ୍କୁ ଏଭଳି କଠୋର ଚେତାବନୀ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କଡା ଶବ୍ଦରେ କହିଛନ୍ତି ଯେ, ଦେଶର ଶତ୍ରୁ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ମୁଁ ବହୁତ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, ଯେଉଁମାନେ ଏହି ଆକ୍ରମଣ କରିଛନ୍ତି, ସେମାନଙ୍କ ଓ ଏହି ଆକ୍ରମଣର ଷଡଯନ୍ତ୍ର ରଚିଥିବା ଲୋକଙ୍କୁ ସେମାନଙ୍କ କଳ୍ପନା ବାହାରେ ବଡ ଦଣ୍ଡ ଦିଆଯିବ । ସେ କହିଛନ୍ତି ମୁଁ ପୂରା ଦୁନିଆକୁ କହୁଛି ଯେ, ଭାରତ ପ୍ରତି ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କ ଚିହ୍ନଟ କରିବ, ସେମାନଙ୍କୁ ଟ୍ରାକ କରିବ ଓ ଦଣ୍ଡିତ କରିବ ।

Show More

Related Articles

Back to top button