ଓଡ଼ିଶା

ଧାନବାଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ସୋରେନ କଲେ ସ୍ୱାଗତ

ଧାନବାଦ, 1 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଝାରଖଣ୍ଡ ଗସ୍ତ କରି ସିନ୍ଦରୀରେ ପହଞ୍ଚିଛନ୍ତି । ଡୋମଗଡ ହେଲିପ୍ୟାଡରେ ତାଙ୍କ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି 15 ମିନିଟ ବିଳମ୍ବରେ ହର୍ଲରେ ପହଂଚିଥିଲେ । ହର୍ଲ ଓ ଜିଲ୍ଲା ପ୍ରଶାସନଙ୍କ ଅଧିକାରୀମାନେ ତାଙ୍କ ଜୋରଦାର ସ୍ୱାଗତ କରିଛନ୍ତି । ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ପିଏମ ମୋଦିଙ୍କୁ ସ୍ୱାଗତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ଧନବାଦ ସାଂସଦ ପଶୁପତିନାଥ ସିଂହ, କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ରାଜ୍ୟପାଳ ଡକ୍ଟର ସିପି ରାଧାକୃଷ୍ଣ, ଝାରଖଣ୍ଡ ବିଧାନସଭାରେ ନେତା ପ୍ରତିପକ୍ଷ ଅମର ବାଓରୀ ଓ ହର୍ଲ ସିନ୍ଦରୀର ଏମଡି ଏସପି ମୋହନ୍ତି ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ରାସ୍ତାକଡରେ ଠିଆ ହୋଇଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ କରିଥିଲେ ।

Show More

Related Articles

Back to top button