Breaking PLUSଦେଶମୁଖ୍ୟ ଖବର

୨ ଦିନିଆ କୁଏଦ ଗସ୍ତରେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୨ ଦିନିଆ କୁଏଦ ଗସ୍ତରେ ଯାଇଛନ୍ତି। ବିଗତ ୪୩ ବର୍ଷ ମଧ୍ୟରେ ଗଲ୍‌ଫ ଦେଶକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ୧୯୮୧ରେ ଶେଷ ଥର ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କୁଏତ ଯାଇଥିଲେ। ଦୀର୍ଘ ବର୍ଷ ପରେ ପୁନର୍ବାର ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଯାଉଥିବାରୁ ଏହି ସମୟରେ ଦୁଇ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦିଗରେ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ଵାଗତ କରିବା ଲାଗି କୁଏତ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ରାସ୍ତାଘାଟରେ ବିରାଟ ବିରାଟ ହୋର୍ଡିଂ ଲଗାଯାଇଛି ‘ହାଲା ମୋଦୀ’ ବୋଲି ଲେଖାଯାଇଛି।

Show More

Related Articles

Back to top button