Breaking PLUSଦେଶମୁଖ୍ୟ ଖବର

ସିଏଲଇଏ- ସିଏଏସଜିଜି-2024ର ଉଦଘାଟନ କଲେ ପିଏମ ମୋଦି

କହିଲେ ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡିକ ବିଂଶ ଶତାବ୍ଦୀର ଦୃଷ୍ଟିକୋଣରେ ଲଢିହେବ ନାହିଁ, ପୁନର୍ବାର ଚିନ୍ତା କରିବାର ରହିଛି ଆବଶ୍ୟକତା
ନୂଆଦିଲ୍ଲୀ, 3 ଫେବୃଆରୀ – ଏକବିଂଶ ଶତାବ୍ଦୀର ଆହ୍ୱାନଗୁଡିକ ବିଂଶ ଶତାବ୍ଦୀର ଦୃଷ୍ଟିକୋଣରେ ଲଢିହେବ ନାହିଁ । ଏହା ଉପରେ ପୁନର୍ବାର ଚିନ୍ତା ଓ କଳ୍ପନା କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରମଣ୍ଡଳ ଆଇନ ଶିକ୍ଷା ସଂଘ (ସିଏଲଇଏ)- ରାଷ୍ଟ୍ରମଣ୍ଡଳ ଆଟର୍ଣ୍ଣି ଜେନେରାଲ ଓ ସଲିସିଟର ଜେନେରାଲ କନଫରେନ୍ସ-2024ର ଉଦଘାଟନ ସମୟରେ ପିଏମ ମୋଦି ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏହି ଦିଗରେ ଭାରତ କରିଥିବା ଉଦ୍ୟମ କଥା ଉଠାଇଛନ୍ତି । ଦେଶଗୁଡିକ ମଧ୍ୟରେ ନ୍ୟାୟିକ ବିକାଶର ସହଯୋଗ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ, କେବେ କେବେ ଗୋଟିଏ ଦେଶରେ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଅନ୍ୟ ଦେଶ ସହିତ କାମ କରିବାର ଆବଶ୍ୟକତା ପଡିଥାଏ । ଯେତେବେଳେ ଆମେ ସହଯୋଗ କରିଥାଉ, ସେତେବେଳେ ଆମୋ ପରସ୍ପରର ବ୍ୟବସ୍ଥାକୁ ଭଲ ଭାବେ ବୁଝିପାରୁ । ଅଧିକ ବୁଝାମଣା ଅଧିକ ତାଳମେଳ ଆଣିଥାଏ ।
ପିଏମ ମୋଦି ଆଫ୍ରିକୀୟ ସଂଘ ସହିତ ଭାରତର ସ୍ୱତନ୍ତ୍ର ସମ୍ପର୍କ କଥା ଉଠାଇଥିଲେ । ପିଏମ ମୋଦି କହିଥିଲେ ଯେ, ଆମକୁ ଗର୍ବ ହେଉଛି ଯେ, ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ ଜି-20ର ଅଂଶ ବନିଥିଲା । ଏହାଦ୍ୱାରା ଆଫ୍ରିକୀୟ ଲୋକଙ୍କୁ ଆକାଂକ୍ଷା ପୂରଣ କରିବାରେ ସହଯୋଗ ମିଳିବ ।

Show More

Related Articles

Back to top button