Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ପି-20 ଶିଖର ସମ୍ମିଳନୀକୁ ଉଦଘାଟନ କଲେ ପିଏମ ମୋଦି

ପାର୍ଲାମେଣ୍ଟ-୨୦’ ଶିଖର ସମ୍ମିଳନୀ ଅର୍ଥାତ୍‌ ପି-୨୦ ଭାରତରେ ଆୟୋଜିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପି -୨୦କୁ ଉଦ୍‌ଘାଟନ କରି ଦେଶର ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଶିଖର ସମ୍ମିଳନୀ ହେଉଛି ଏକ ମହାକୁମ୍ଭ। ଆପଣ ସମସ୍ତେ ଏଠାକୁ ଆସିବା ଶୁଭ ଅଟେ। ଆଜିକାଲି ଭାରତରେ ଉତ୍ସବର ଋତୁ ଚାଲିଛି। ୧୩-୧୪ ଅକ୍ଟୋବରରେ ପି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେଉଛି। ଏଥିରେ ଜି -୨୦ ଦେଶର ସଂସଦ ଅଧ୍ୟକ୍ଷ ଏବଂ ସଭାପତିମାନେ ଭାଗ ନେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆସନ୍ତା ବର୍ଷ ଭାରତରେ ପୁଣିଥରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନ ଦେଖିବା ପାଇଁ ମୁଁ ପି-୨୦ ସମ୍ମିଳନୀରେ ଆପଣ ସମସ୍ତ ପ୍ରତିନିଧୀଙ୍କୁ ଏକ ଅଗ୍ରୀମ ନିମନ୍ତ୍ରଣ ପ୍ରଦାନ କରୁଛି ।

Show More

Related Articles

Back to top button