Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଦେଶବାସୀଙ୍କୁ ବଡ ଭେଟି, 9ଟି ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମଗ୍ର ଦେଶରେ ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ନିମିତ୍ତ ଏକ ସଂଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।
ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ୍‌, ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌, ହାଇଦ୍ରାବାଦ – ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌, ବିଜୟୱାଡା – ଚେନ୍ନାଇ (ଭାୟା ରେନିଗୁଣ୍ଟା) ବନ୍ଦେ ଭାରତ ଏକ୍ସପ୍ରେସ୍‌, ପାଟନା – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌, କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ, ରାଉରକେଲା-ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌, ରାଞ୍ଚି – ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌, ଜାମନଗର – ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍‌ ର ଲୋକାର୍ପଣ ହୋଇଛି ।

ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ।

Show More

Related Articles

Back to top button