Breaking PLUSଦେଶମୁଖ୍ୟ ଖବର

ଆଜିଠୁ ପିଏମ ମୋଦିଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ

ନୂଆଦିଲ୍ଲୀ- ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଗୁଜରାଟ ଗସ୍ତ । ପ୍ରଧାନମନ୍ତ୍ରୀ ପୂର୍ବାହ୍ନ 10.30ରେ ଅମ୍ବାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାପରେ ଦ୍ୱିପ୍ରହର ପ୍ରାୟ 12ଟା ବେଳେ ମେହସାଣାରେ ବିଭିନ୍ନ ବିକାଶମୂଳକ ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । କାଲି ସକାଳେ ପ୍ରଧାନମନ୍ତ୍ରୀ କେଭଡିୟା ଯାଇ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପୁଷ୍ପାଞ୍ଜଳି ଅର୍ପଣ କରିବେ । ଏହାପରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହ ଆୟୋଜିତ ହେବ । କେଭଡିୟାରେ ମଧ୍ୟ ଅନେକ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ପ୍ରାୟ 11.15 ମିନିଟରେ ‘ଆରମ୍ଭ-5.0’ରେ କମନ ଫାଉଣ୍ଡେସନ କୋର୍ସର ଅଧିକାରୀ ପ୍ରଶିକ୍ଷକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଆଜି ମେହସାଣାରେ ପ୍ରାୟ 5800 କୋଟି ଟଙ୍କାର ରେଳ,ରାସ୍ତା, ପାନୀୟଜଳ ଓ ଜଳସେଚନ ସହ ଜଡିତ ବିଭିନ୍ନ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

Show More

Related Articles

Back to top button