ଦେଶରାଜନୀତି

ନାଗପୁର ମେଟ୍ରୋ ରେଳ ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର ‘ଫେଜ୍‌ ୧’ ଉଦ୍‌ଘାଟନ କରିବା ସହ ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଏଥିସହିତ ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ରେଳ ପ୍ରକଳ୍ପ ଉଦଘାଟନ ପରେ ମେଟ୍ରୋରେ ବସି ଫ୍ରିଡମ୍‌ ପାର୍କରୁ ଖପ୍ରି ଯିବା ଲାଗି ଟିକେଟ ଖରିଦ କରିଥିଲେ ପ୍ରଧାନମନ୍ତ୍ରୀ ।

ଫ୍ରିଡମ୍‌ ପାର୍କରୁ ଖପ୍ରି ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ମେଟ୍ରୋରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଳେ। ସେହିପରି ୬୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ କରାଯିବାକୁ ଥିବା ଉକ୍ତ ରେଳ ପ୍ରକଳ୍ପର ‘ଫେଜ୍‌ ୨’ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି।

ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ନାଗପୁର ଓ ଛତିଶଗଡ଼ର ବିଳାସପୁର ମଧ୍ୟରେ ଚଳାଚଳ କରିବାକୁ ଥିବା ୬ଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଥିଲେ। ପତାକା ହଲାଇ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ରେଳରେ ଯାଉଥିବା ଯାତ୍ରୀମାନଙ୍କ ଆଡ଼କୁ ହାତ ହଲାଇଥିଲେ।

ସେହିପରି, ପ୍ରଧାନମନ୍ତ୍ରୀ ଆଜି ନାଗପୁର-ମୁମ୍ବାଇ ‘ସମୃଦ୍ଧି ଏକ୍ସପ୍ରେସ୍‌ୱେ’ର ପ୍ରଥମ ଫେଜ୍‌ ଓ ‘ହିନ୍ଦୁ ହୃଦୟସମ୍ରାଟ ବାଲାସାହେବ ଠାକ୍‌ରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ୫୨୦ କିଲୋମିଟର ଦୀର୍ଘ ଏହି ମହାମାର୍ଗ ନାଗପୁର ଓ ଶିରିଡ଼ିକୁ ସଂଯୋଗ କରୁଛି।

ଏହା ବ୍ୟତିରେକେ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୋଆର ମୋପାରେ ଦ୍ବିତୀୟ ଆନ୍ତର୍ଜାତିକ ବିମାନ ବନ୍ଦର ଉଦ୍‌ଘାଟନ କରିବେ। ଗୋଆର ପ୍ରଥମ ଆନ୍ତର୍ଜାତିକ ବିମାନ ବନ୍ଦରଟି ଡାବୋଲିମ୍‌ରେ ଅବସ୍ଥିତ।

 

Show More

Related Articles

Back to top button