Breaking PLUSଦେଶମୁଖ୍ୟ ଖବର

ମହାକୁମ୍ଭ ଦଳାଚକଟାକୁ ନେଇ ଦୁଃଖ ପ୍ରକାଶ କଲେ ପିଏମ ମୋଦି

ବୁଧବାର ସକାଳେ ପ୍ରୟାଗରାଜର ମହାକୁମ୍ଭରେ ଦଳାଚକଟା ହେବା ପରେ ଅତି କମରେ 25 ଜଣଙ୍କର ମୃତ୍ୟୁ ହୋଇଛି।  ମୌନୀ ଅମାବାସ୍ୟାରେ ପବିତ୍ର ବୁଡ଼ ପକାଇବା ପାଇଁ ହଜାର ହଜାର ଭକ୍ତ ତ୍ରିବେଣୀ ସଂଗମରେ ପ୍ରବେଶ କରିବା ସମୟରେ ଏହି ଅଘଟଣ ଘଟିଥିଲା।

ଏହି ଅଘଟଣକୁ ନେଇ ନିଜର ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଏହାକୁ “ଅତ୍ୟନ୍ତ ଦୁଃଖଦ” ଘଟଣା ବୋଲି କହିଛନ୍ତି ଏବଂ ନିଜର ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି।

“ପ୍ରୟାଗରାଜ ମହାକୁମ୍ଭରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଏଥିରେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ଭକ୍ତମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଏହା ସହିତ, ମୁଁ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ପୀଡିତମାନଙ୍କୁ ସମସ୍ତ ପ୍ରକାରେ ସାହାଯ୍ୟ କରିବାରେ ନିୟୋଜିତ ଅଛି,” ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Show More

Related Articles

Back to top button