Breaking PLUSଓଡ଼ିଶାମୁଖ୍ୟ ଖବର
ମେ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର- ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ। ସେ କହିଛନ୍ତି ଆସନ୍ତା ୬ ତାରିଖରେ ରେଜଲ୍ଟ ବାହାରିବା ନେଇ କରାଯାଇଥିବା ପ୍ରଚାର ଖବର ଗୁଜବ। ମେ ୧ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ଏ ନେଇ ପ୍ରକ୍ରିୟା ଚାଲିଛି। ତେଣୁ ନିର୍ଦ୍ଦିଷ୍ଟ ଭାବେ କେବେ ଫଳାଫଳ ପ୍ରକାଶ ପାଇବ , ତାହା ଶୀଘ୍ର ଜଣାଇ ଦିଆଯିବ।