Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଠାରୁ ରାଜ୍ୟରେ ଆରମ୍ଭ ହେଲା ଯୁକ୍ତ ତିନି ତୃତୀୟ ବର୍ଷ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା

ମହାମାରୀ କରୋନା କାଳରେ ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା ।

ମହାମାରୀ କରୋନା କାଳରେ ରାଜ୍ୟରେ ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ । କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି ।

ସେହିପରି ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରିବାକୁ ମଧ୍ୟ କିଛି ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ଭିତରେ ପରୀକ୍ଷା କରାଯିବ ଅକ୍ଟୋବର ୧୦ ସୁଦ୍ଧା ଏ ସବୁ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚ ଶିକ୍ଷାବିଭାଗ ଘୋଷଣା କରିଛି । ପୂର୍ବରୁ ରାଜ୍ୟ ସରକାର କରୋନା ପାଇଁ ଶେଷ ସେମିଷ୍ଟର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ୟୁଜିସି ରାଜ୍ୟସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ତ ହୋଇଥିଲା। ବିନା ପରୀକ୍ଷାରେ ପିଲାମାନଙ୍କୁ ପାସ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟରେ ମତ ରଖିଥିଲା। ଶେଷରେ ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ୟୁଜିସିର ନିର୍ଦେଶ ଅନୁସାରେ ପରୀକ୍ଷା ଆୟୋଜନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ।

Show More

Related Articles

Back to top button