Breaking PLUSଓଡ଼ିଶାମୁଖ୍ୟ ଖବର

ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପୋଷ୍ଟାଲ ମତଦାନ

ପିପିଲି ଉପନିର୍ବାଚନ ନେଇ ଗୁରୁବାରଠାରୁ ପୋଷ୍ଟାଲ ମତଦାନ ଆରମ୍ଭ ହୋଇଛି। ଏହି ପୋଷ୍ଟାଲ ବାଲାଟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ ଏବଂ କୋଭିଡ୍‌ ଆକ୍ରାନ୍ତଙ୍କ ମତ ଗ୍ରହଣ କରାଯାଉଛି। ଏହି ପ୍ରକିୟାରେ ମାଇକ୍ରୋ ଅବ୍‌ଜର୍ଭର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସରଙ୍କ ସମେତ ସୁରକ୍ଷାକର୍ମୀ ଭୋଟରଙ୍କ ଘରକୁ ଯାଇ ମତ ସଂଗ୍ରହ କରୁଛନ୍ତି।

ପିପିଲି ଉପନିର୍ବାଚନ ନେଇ ଗୁରୁବାରଠାରୁ ପୋଷ୍ଟାଲ ମତଦାନ ଆରମ୍ଭ ହୋଇଛି। ଏହି ପୋଷ୍ଟାଲ ବାଲାଟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭୋଟର, ଦିବ୍ୟାଙ୍ଗ ଏବଂ କୋଭିଡ୍‌ ଆକ୍ରାନ୍ତଙ୍କ ମତ ଗ୍ରହଣ କରାଯାଉଛି। ଏହି ପ୍ରକିୟାରେ ମାଇକ୍ରୋ ଅବ୍‌ଜର୍ଭର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସରଙ୍କ ସମେତ ସୁରକ୍ଷାକର୍ମୀ ଭୋଟରଙ୍କ ଘରକୁ ଯାଇ ମତ ସଂଗ୍ରହ କରୁଛନ୍ତି। ପିପିଲିରେ ମୋଟ୍‌ ୧୦୭୭ ପୋଷ୍ଟର ବାଲାଟ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ପିପିଲିର ୩୬୫ ଓ ଡେଲାଙ୍ଗର ୭୧୨ ଜଣ ଅଛନ୍ତି। ପୂର୍ବରୁ ୧୩୮ ଭୋଟର ମତଦାନ ଦେଇଥିଲେ, ଯାହାକୁ କାଏମ ରଖାଯାଇଛି।

ସୂଚନାଯୋଗ୍ୟ, ଚଳିତମାସ ୩୦ ତାରିଖରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲିପଡ଼ିଥିଲା।

Show More

Related Articles

Back to top button