Breaking PLUSଓଡ଼ିଶାମୁଖ୍ୟ ଖବର

ଗଛକୁ ଧକ୍କା ଦେଲା ବାଇକ୍, ଚାଳକ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ ପଞ୍ଚାୟତସ୍ଥିତ ଟୋଲ ଗେଟ୍ ସାମ୍ନାରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଘଟଣାରୁ ପ୍ରକାଶ ଯେ, ବିଳମ୍ବିତ ରାତିରେ ଏକ ମଟର ସାଇକେଲ ବାଲିଗୁଡା ଅଭିମୁଖେ ଯାଉଥିବା ସମୟରେ ଟୋଲ୍ ଗେଟରୁ ମାତ୍ର ୧୦୦ ମିଟର ଦୂରରେ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛକୁ ଧକ୍କା ଦେଇଥିଲା। ଫଳରେ ଚାଳକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ଇରିପିଗୁଡା ଗ୍ରାମର ଦୀପକ ମାଲିକ(୨୩) ବୋଲି ପୁଲିସ ପକ୍ଷରୁ ସୂଚନା ଦେଇଛନ୍ତି।

Show More

Related Articles

Back to top button