ଦେଶ ବିଦେଶବାଣିଜ୍ୟ

Petrol & Diesel ମୂଲ୍ୟ ହ୍ରାସ ଲାଗି ବିଚାର କରୁଛନ୍ତି ସରକାର, ଅଧା ହୋଇପାରେ ଦର !

ଦେଶରେ ତୈଳ ଦର ଐତିହାସିକ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ମୁଦ୍ରାସ୍ପିତିକୁ ମଧ୍ୟ ପ୍ରଭାବିତ କରୁଛି। ଏଥିରେ ଯଦି କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦକୁ ସାମଗ୍ରୀ ଏବଂ ସେବାକର (ଜିଏସଟି) ପରିସରକୁ ନେଇ ଆସନ୍ତି ତେବେ ସାଧାରଣ ଲୋକଙ୍କ ଲାଗି ଏହା ଆଶ୍ୱସ୍ତିକର ହେବ

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ଦିନରେ ଏ ନେଇ ସୂଚନା ମଧ୍ୟ ଦେଇଛନ୍ତି।ବର୍ତ୍ତମାନ ତୈଳ ଉତ୍ପାଦ ଉପରେ ଲାଗୁ ହେଉଥିବା ଶୁଳ୍କ ହାର ଏତେ ଅଧିକ ଯେ ୩୫ ଟଙ୍କାର ପେଟ୍ରୋଲକୁ ଲୋକେ ୧୦୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି। କେବଳ ପେଟ୍ରୋଲ ନୁହେଁ ଡିଜେଲ ଲାଗି ମଧ୍ୟ ସମାନ ଶୁଳ୍କ ବ୍ୟବସ୍ଥା ରହିବା ଦେଶରେ ମାଲ ଓ ଯାତ୍ରୀ ପରିବହନ ଭଡ଼ା ବୃଦ୍ଧିର କାରଣ ପାଲଟିଛି। କେନ୍ଦ୍ର ଓ ରାଜ୍ୟ ଶୁଳ୍କ ତୈଳ ଉତ୍ପାଦ ମୂଲ୍ୟର ୨ ଗୁଣାରୁ ବି ଅଧିକ ଆଦାୟ ହେଉଛି।ଗୋଟିଏ ପଟେ ଅତ୍ୟାଧିକ ଶୁଳ୍କ ଅନ୍ୟପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଦେଶରେ ଉପଭୋକ୍ତାଙ୍କ ଉପରେ ବେଡି ଉପରେ କୋରଡା ଭଳି ହୋଇଛି। ଆମେରିକା ବ୍ରେଣ୍ଟ କ୍ରୁଡ ଦର ପ୍ରତି ବାରଲ ୬୭ ଟଙ୍କାରୁ ବି ଉପରକୁ ଚାଲିଗଲାଣି।

ଅତି ବେଶି ହେଲେ ବ୍ରେଣ୍ଟ କ୍ରୁଡ ବାରଲ ପିଛା ଦର ୬୦ ଡଲାରରେ ସୀମିତ ରହିବ ବୋଲି ଆଶା କରାଯାଉଥିଲା। ହେଲେ ଦର ଏବେ ରେକର୍ଡ ସ୍ତରରେ ପହଞ୍ଚିଛି।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ସତ୍ତ୍ୱେ ତୈଳ କମ୍ପାନୀମାନେ ଗୁରୁବାର ମଧ୍ୟ ମୂଲ୍ୟ ସଂଶୋଧନ କରି ନାହାନ୍ତି। ଫଳରେ ଦୁଇ ଦିନ ହେଲା ଦେଶରେ ତୈଳ ଦର ବୃଦ୍ଧି ହୋଇ ନାହିଁ। ଏହାମାନେ ନୁହେଁ ଯେ କମ୍ପାନୀମାନେ ଦର ସଂଶୋଧନ କରିବେନି । ଯଦି ଅଶୋଧିତ ତୈଳ ଦର ବଢିବଢି ଚାଲେ ତେବେ କମ୍ପାନୀମାନେ ମୂଲ୍ୟ ସୁଧାର ଲାଗି ବାଧ୍ୟ ହେବେ। ତେବେ ପେଟ୍ରୋଲିୟମ ଉତ୍ପାଦ ଜିଏସଟି ଅଧିନ ହେଲେ ଶୁଳ୍କ ହାର ଅଧାରୁ ବି କମିଯିବ ବୋଲି ଆଶା କରାଯାଉଛି।

Show More

Related Articles

Back to top button