
ଶୀତ ପ୍ରାରମ୍ଭରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ବଢିଥାଏ । ତେଣୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ଦିଲ୍ଲୀ ସରକାର । ଏଣିକି ବିନା ପ୍ରଦୂଷଣ ପ୍ରମାଣପତ୍ରରେ ମିଳିବନି ପେଟ୍ରୋଲ ଏବଂ ଡିଜେଲ । ଫଳରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ଅନେକାଂଳରେ କରାଯାଇପାରିବ ।
ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଶୀତକାଳୀନ କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯଦି ଆପଣଙ୍କର ଗାଡିର ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ନାହିଁ, ତେବେ ଆପଣ ଇନ୍ଧନ ଭରିବାକୁ ସମର୍ଥ ହେବେ ନାହିଁ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ଅକ୍ଟୋବର ୨୫ ତାରିଖରୁ କାର୍ଯ୍ୟକାରୀ ହେବ। ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏହି ସୂଚନା ଦେଇଛନ୍ତି।