Breaking PLUSଓଡ଼ିଶାଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ପେଟ୍ରୋଲ, ଡିଜେଲ ଦରରେ ଲାଗୁନି ଲଗାମ୍, ପୁଣି ଥରେ ବଢିଲା ଦର

ପୁଣିଥରେ ବୃଦ୍ଧି ପାଇଛି ପେଟ୍ରୋଲ, ଡିଜେଲ ଦର । ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୨୪ ପଇସା ବୃଦ୍ଧି ପାଇ ବର୍ତ୍ତମାନ ଦର ୯୨ଟଙ୍କା ୫୮ ପଇସା ରହିଛି । ସେହିପରି ଡିଜେଲ୍ ୨୭ ପଇସା ବଢି ଲିଟର ପିଛା ୮୩ ଟଙ୍କା ୨୨ ପଇସା ରହିଛି ।

ପୁଣିଥରେ ବୃଦ୍ଧି ପାଇଛି ପେଟ୍ରୋଲ, ଡିଜେଲ ଦର । ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୨୪ ପଇସା ବୃଦ୍ଧି ପାଇ ବର୍ତ୍ତମାନ ଦର ୯୨ଟଙ୍କା ୫୮ ପଇସା ରହିଛି । ସେହିପରି ଡିଜେଲ୍ ୨୭ ପଇସା ବଢି ଲିଟର ପିଛା ୮୩ ଟଙ୍କା ୨୨ ପଇସା ରହିଛି । ମହାରାଷ୍ଟ୍ର, ରାଜସ୍ଥାନର ଶ୍ରୀଗଙ୍ଗନଗର, ଇନ୍ଦୋର, ଭୋପାଳ, ରେୱା, ଅନୁପପୁର (ମଧ୍ୟପ୍ରଦେଶ) ଏବଂ ପାର୍ବନୀରେ ପେଟ୍ରୋଲର ମୂଲ୍ୟ ୧୦୦ ପାର୍ କରିଛି । ଜାତୀୟ ଗଣମାଧ୍ୟମ ସୂତ୍ରରୁ ଏହା କୁହାଯାଇଛି ।

ଶୁକ୍ରବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨୯ ପଇସା ଏବଂ ଡିଜେଲ ୩୪ ପଇସା ବୃଦ୍ଧି ପାଇଛି । ସପ୍ତାହରେ ପଞ୍ଚମ ଥର ପାଇଁ ବୃଦ୍ଧି ପାଇଛି ଦର । ଭାରତରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ପୂର୍ବ ଦିନର ଆନ୍ତର୍ଜାତୀୟ ହାର ସହିତ ସମାନ ହୋଇଛି । ଆନ୍ତର୍ଜାତୀୟ ତୈଳ ମୂଲ୍ୟ ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟ ଘରୋଇ ପମ୍ପ ମୂଲ୍ୟ ଉପରେ ପ୍ରଭାବ ପକାଇଥାଏ । କାରଣ ଭାରତ ୮୦% ରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରିଥାଏ ଏବଂ ଡଲାରରେ ଦେଇଥାଏ ।

ମୁମ୍ବାଇରେ ଏବେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୮ ଟଙ୍କା ୮୮ ପଇସା ଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୯୦.ଟଙ୍କା ୪୦ପଇସାରେ ପହଞ୍ଚିଛି । ସେହିଭଳି ଚେନ୍ନାଇରେ ଲିଟର ପିଛା ୯୪.ଟଙ୍କା ୩୧ ପଇସା ଏବଂ ଜିଡେଲ ଲିଟର ପିଛା ୮୮ଟଙ୍କା ୦୭ ପଇସା ରହିଛି । କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୨ ଟଙ୍କା ୬୭ ପଇସା ଡିଜେଲ ଲିଟର ପିଛା ୮୬ ଟଙ୍କା ୦୬ପଇସାରେ ବିକ୍ରି ହେଉଛି ।

Show More

Related Articles

Back to top button