ଦେଶସ୍ୱତନ୍ତ୍ର

କମିଲା ପେଟ୍ରୋଲ ଓ ଡିଜେଲ ଦର

ରାଜଧାନୀ ଭୁବନେଶ୍ୱରରେ କମିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା କମି ୧୧୩ ଟଙ୍କା ୧୯ ପଇସା ହୋଇଛି । ସେହିପରି  ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୩ ପଇସା କମି ୯୪ ଟଙ୍କା ୭୬ ପଇସା ହୋଇଛି। ଦେଶର ପ୍ରମୁଖ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ଦେଖାଦେଇଛି ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଥିବାବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ଓ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି ।

ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୨୪ ପଇସା ରହିଛି।

 

Show More

Related Articles

Back to top button