Breaking PLUSଦେଶମୁଖ୍ୟ ଖବର

କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଙ୍କୁ ୩୦ ଦିନରେ ମିଳିବ ଟଙ୍କା

ଭାରତରେ କରୋନାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବା ନେଇ କେନ୍ଦ୍ରର ଯୋଜନାକୁ ଅନୁମୋଦନ କରିଛନ୍ତି ସୁପ୍ରିମକୋର୍ଟ । କୋଭିଡ-୧୯ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଏମଆର ଶାହା ସୋମବାର ଶୁଣାଣି ସମୟରେ କହିଛନ୍ତି ଯେ ରାଜ୍ୟ ସରକାରମାନେ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବେ । କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକେ ୫୦ ହଜାର ଟଙ୍କାର କ୍ଷତିପୂରଣ ପାଇବେ ।

“କୌଣସି ରାଜ୍ୟ ମୃତ୍ୟୁ ପ୍ରମାଣପତ୍ରର ଆଳ ଦେଖାଇ କାହାକୁ ବି ୫୦ ହଜାର ଟଙ୍କା ଦେବାକୁ ମନା କରିପାରିବେ ନାହିଁ । ମୃତ୍ୟୁର କାରଣ ରହୁଥିବା ତ୍ରୁଟି ସୁଧାରିବା ପାଇଁ ଜିଲ୍ଲା କର୍ତ୍ତୃପକ୍ଷ ପ୍ରତିକାର ବ୍ୟବସ୍ଥା କରିବେ ।

ରାଜ୍ୟ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିରୁ ଏହି ଦେୟ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି । ଆବେଦନ କରିବାର ୩୦ ଦିନ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।

Show More

Related Articles

Back to top button