ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ

କୋଲକାତା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ବୟାନ ମାମଲାରେ ଜୋର ଧରିବାରେ ଲାଗିଛି ବିବାଦ। ବିଜେପି ସମତେ କଂଗ୍ରେସ ମଧ୍ୟ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରିଙ୍କ ବୟାନକୁ ବିରୋଧ କରିଛି। ଅଖିଲ ଗିରିଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହୋଇଛି।

ରବିବାର ସକାଳେ ବିଜେପି ସାଂସଦ ଲକେଟ ଚାଟାର୍ଜୀ ଦିଲ୍ଲୀର ଉତ୍ତର ଏଭେନ୍ୟୁ ପୁଲିସ ଷ୍ଟେସନରେ ଗିରିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି। ସେପଟେ ଆଦିବାସୀ ସମାଜର ଲୋକେ ମଧ୍ୟ ଅଖିଳ ଗିରିଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଆଜି ସକାଳେ ବହୁ ଆଦିବାସୀ କମିଟିର ସମର୍ଥକମାନେ ଖଟଣ୍ଡା ଓ ବାଙ୍କୁରା ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ସେ ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଜ୍ୟୋତ୍ସା ମାଣ୍ଡିଙ୍କ କାର୍‌କୁ ଅଟକାଇ ବିରୋଧ ଜାରି କରିଥିଲେ।

ବିଜେପି ପୂର୍ବରୁ ବିବାଦୀୟ ଟିପ୍ପଣୀକୁ ନେଇ ମନ୍ତ୍ରୀ ଅଖିଲ ଗିରିଙ୍କ ବିରୋଧରେ ମାଲଦା, ହବିବପୁରରେ ମାମଲା ରୁଜୁ ହୋଇଛି। କେବଳ ସେତିକି ନୁହେଁ କଂଗ୍ରସେ ମଧ୍ୟ ଏହି ଘଟଣାକୁ ନେଇ ଜୋରଦାର ନିନ୍ଦା କରିଛି।

ସୂଚନାଯୋଗ୍ୟ ଯେ, ନନ୍ଦିଗ୍ରାମରେ ଏକ ରାଲିକୁ ସମ୍ବୋଧିତ କରିବା ବେଳେ ଟିଏମସି ନେତା ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ସେମାନେ(ବିଜେପି) କହୁଛନ୍ତି ମୁଁ ଦେଖିବାକୁ ସୁନ୍ଦର ନୁହେଁ। ହେଲେ ଆମେ ଲୋକଙ୍କୁ ସେମାନଙ୍କ ରୂପରୁ ଚିହ୍ନଟ କରି ନଥାଉ। ଆମେ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ। କିନ୍ତୁ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି?” ଶୁକ୍ରବାର ସନ୍ଧ୍ୟାରେ ମନ୍ତ୍ରୀ ଗିରି ଏପରି କଥା କହୁଥିବା ବେଳର ଭିଡିଓ ସାମ୍ନାକୁ ଆସିଥିଲା। ଏହି ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି ।

Show More

Related Articles

Back to top button