ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପେଙ୍ଗୁଇନ୍

ମୁମ୍ବାଇ: ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ପେଙ୍ଗୁଇନ୍। ଯିଏ ଦେଖୁଛି ସିଏ ଘଡିଏ ଅଟକି ଯାଉଛି। ମୁମ୍ବାଇର ବାଇକୁଲା ଚିଡିଆଖାନାରେ ଏବେ ନବଜନ୍ମିତ ପେଙ୍ଗୁଇନ୍ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ୩ ପେଙ୍ଗୁଇନ୍ ଶାବକ ଫ୍ଲାସ, ବିଙ୍ଗୋ ଓ ଆଲେକ୍ସାକୁ ଦେଖିବାକୁ ଏବେ ମୁମ୍ବାଇ ଜୁରେ ପର୍ଯ୍ୟଟକଙ୍କ ଭିଡ ଲାଗୁଛି।

ଗତ ଏପ୍ରିଲରେ ଫ୍ଲାସ୍ ଓ ବିଙ୍ଗୋ ଜନ୍ମ ନେଇଥିବା ବେଳ ଅଗଷ୍ଟରେ ଜନ୍ମ ହୋଇଥିଲା ଆଲେକ୍ସା। ଏବେ ୩ ଶାବକ ଟିକିଏ ବଡ଼ ହୋଇଯାଇଥିବା ବେଳେ, ଖୁଆଡରେ ଖେଳକୁଦ କରୁଛନ୍ତି। ଯାହାକୁ ପର୍ଯ୍ୟଟକମାନେ ବେଶ ଉପଭୋଗ କରିବା ସହ ମୁମ୍ବାଇରେ ଆଣ୍ଟାର୍ଟିକାର ଅନୁଭୂତି ସାଉଣ୍ଟିଛନ୍ତି।

୨୦୧୬ରେ ସାଉଥ କୋରିଆରୁ ମୁମ୍ବାଇ ଜୁ କୁ ପେଙ୍ଗୁଇନ୍ ଅଣାଯାଇଥିଲା। ପେଙ୍ଗୁଇନକୁ ସୁହାଇଲା ଭଳି ସ୍ୱତନ୍ତ୍ର ଖୁଆଡ଼ ନିର୍ମାଣ କରି ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଉଛି। ଏମାନଙ୍କୁ ଦିନରେ ତିନି ଥର ଖାଇବାକୁ ଦିଆଯାଉଛି। ଏଥିସହ ପେଙ୍ଗୁଇନ୍‌ର ସ୍ୱାସ୍ଥ୍ୟା ଉପରେ ମଧ୍ୟ ୨୪ ଘଣ୍ଟିଆ ନଜର ରଖାଯାଉଥିବା ଚିଡିଆଖାନା ଅଧିକାରୀ କହିଛନ୍ତି।

ଏହି ପେଙ୍ଗୁଇନ୍‌କୁ ଦେଖିବା ପାଇଁ ଅକ୍ଟୋବର ମାସରୁ ଦୀପାବଳି ଯାଏଁ ପ୍ରାୟ ୩୧ ହଜାର ପର୍ଯ୍ୟଟକ ଚିଡିଆଖାନାକୁ ଆସିଛନ୍ତି। ଦିନକ ମଧ୍ୟରେ ହଜାରେ ଉପରେ ପର୍ଯ୍ୟଟକ ଜୁ’ରେ ଭିଡ ଜମାଉଛନ୍ତି। ଫଳରେ ଚିଡିଆ ଖାନାର ରେଭେନ୍ୟୁ ବଢ଼ିଥିବା କୁହାଯାଉଛି।

Show More

Related Articles

Back to top button