ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡକରା । ଦିଲ୍ଲୀରେ ଶୀର୍ଷ ନେତୃତ୍ୱ ଏବଂ ପ୍ରଭାରୀଙ୍କ ସହ ଶରତ ଆଲୋଚନା କରିବେ ବୋଲି ସୂଚନା ରହିଛି। ଆସନ୍ତା ୧୦ରେ ଶରତଙ୍କୁ ରାଜ୍ୟ କଂଗ୍ରେସ ଏକ ସମ୍ବର୍ଦ୍ଧନା ସମାବେଶ କରାଯିବ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସର ବିଭିନ୍ନ ନେତାଙ୍କୁ କେଉଁ କେଉଁ ପଦ ଦିଆଯିବ ସେ ନେଇ ଆଲୋଚନା ହେବ ବୋଲି ସୂଚନା ରହିଛି। ପିସିସି ସଭାପତି ଚୟନ ପୂର୍ବରୁ ଦିଲ୍ଲୀ ଯାଇଥିଲେ ସମସ୍ତ କଂଗ୍ରେସ ବିଧାୟକ ଏବଂ ଅନ୍ୟ ତୁଙ୍ଗ ନେତା। ଏହା ପୂର୍ବରୁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିଲେ। ଯଦିଓ ତାଙ୍କ ଇସ୍ତଫା ପତ୍ର ଗୃହୀତ ହୋଇଛି କି ନାହିଁ ସ୍ପଷ୍ଟ ହୋଇନି । କିନ୍ତୁ କଂଗ୍ରେସ ନବକଳେବର କରିବ ବୋଲି କୁହାଯାଉଛି। ଏବେ ଶରତ ପଟ୍ଟନାୟକ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ଥିବା ସମସ୍ତ କଥାକୁ ଶୀର୍ଷ ନେତୃତ୍ୱଙ୍କ ପାଖରେ ରଖିବେ। ଆଉ ନିଜର ଏକ ସଶକ୍ତ ଟିମ୍ ଗଠନ କରି ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସୂଚନା ରହିଛି। ତେବେ ଦିଲ୍ଲୀ ଯିବା ପୂର୍ବରୁ ତାଙ୍କ ନୂଆ ଟିମରେ ଯୁବକଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।