Breaking PLUSଓଡ଼ିଶାମୁଖ୍ୟ ଖବର

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, 30ରୁ ଅଧିକ ଆହତ

ବାଙ୍ଗିରିପୋଷି ; ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ଏକ ବଡ ପଥରରେ ପିଟି ହେବା ଫଳରେ ଚାଳକ ଗୁରୁତର ଆହତ ହେବା ସଙ୍ଗେ ସଙ୍ଗେ ୩୦ରୁ ଉର୍ଦ୍ଧ ଶ୍ରମିକ ଆହତ ହୋଇଛନ୍ତି । ସୂଚନା ମୂତାବକ ଶ୍ରୀ ବିଷ୍ଣୁ ନାମକ ଏକ ବସ ଶ୍ରମିକ ମାନଙ୍କୁ ନେଇ ଦେବଗଡ଼ ଜିଲ୍ଳାରୁ ମୁର୍ଶିଦାବାଦ କୁ ଯାଉଥିଲା। ହଠାତ୍ ବସଟି ଦ୍ୱାରଶୁଣି ଘାଟି ରାସ୍ତାରେ ପଥରରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଚାଳକ ଜଣକ ଚାପି ହୋଇ ଯାଇଥିବା ବେଳେ ବସରେ ଥିବା ପ୍ରାୟ ୮୦ ଜଣ ଶ୍ରମିକଙ୍କ ମଧ୍ୟରୁ ୩୦ ରୁ ଉର୍ଦ୍ଧ ଆହତ ହୋଇଥିଲେ। ବାଙ୍ଗରିପୋଷି ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେପଟେ ଗୁରୁତର ଥିବା ଶ୍ରମିକ ମାନଙ୍କୁ ବାରିପଦା ପିଆରଏମ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।

Show More

Related Articles

Back to top button